Odisha Link
Bridging the Missing Links in Odisha

ଛାତ୍ରାବାସରେ ଗରମ ଡାଲି ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଛାତ୍ରାବାସର ଛାତ୍ରଙ୍କର ରାତିରେ ମୃତ୍ୟୁ ଘଟିଥିବା ସ୍ବୀକାର କରିଛନ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

ଓଏଲ୍‌ ବ୍ୟୁରୋ : କୋଇଡାର ଏକ ଛାତ୍ରାବାସରେ ଘଟିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି। ଗରମ ଡାଲି ପଡ଼ି ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। କୋଇଡାର ଡେଙ୍ଗୁଳା ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଘଟିଛି ଏହି ଅଘଟଣ। ତେବେ ଛାତ୍ର ଜଣକ ଛାତ୍ରାବାସ ରୋଷେୟାକୁ ସାହାଯ୍ୟ କଲାବେଳେ ଆହତ ହୋଇଥିଲେ। ପରେ ଛାତ୍ରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଛାତ୍ରାବାସର ଛାତ୍ରଙ୍କର ରାତିରେ ମୃତ୍ୟୁ ଘଟିଥିବା ସ୍ବୀକାର କରିଛନ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

Leave A Reply

Your email address will not be published.