Odisha Link
Bridging the Missing Links in Odisha

ରୋହିତ ଶର୍ମାଙ୍କ ନୂଆ କୀର୍ତ୍ତିମାନ

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କଲେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ ଇନିଂସରେ ୩୫ ରନ୍‌ କରି ଆଉଟ ହୋଇଛନ୍ତି ରୋହିତ। ହେଲେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୧୭ ହଜାର ରନ ପୂରଣ କରିଛନ୍ତି। ସେ ଭାରତର ୭ମ ବ୍ୟାଟସମ୍ୟାନ୍ ଭାବେ ଏପରି ରେକର୍ଡ କରିଛନ୍ତି।

ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ଏମ୍‌ଏସ୍‌ ଧୋନି, ବୀରେନ୍ଦ୍ର ସେହଓ୍ବାଗ ଓ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ୍‌ ପୂରଣ କରିସାରିଛନ୍ତି। ଆଉ ଏବେ ୧୭ ହଜାର ରନ୍‌ କ୍ଲବରେ ରୋହିତ ନିଜ ନାମକୁ ସାମିଲ କରିଛନ୍ତି।

ରୋହିତ ଶର୍ମାଙ୍କ ସର୍ବାଧିକ ଅନ୍ତର୍ଜାତୀୟ ରନ ଦିନିକିଆରୁ ଆସିଛି। ସେ ୨୪୧ଟି ଦିନିକିଆ ମ୍ୟାଚ ଖେଳି ୯୭୮୨ ରନ କରିଛନ୍ତି। ସେହିପରି ସେ ୧୪୮ ଟି-୨୦ରେ ୩୮୫୩ ଓ ୪୮ ଟେଷ୍ଟ ମ୍ୟାଚ୍‌ରେ(ଅହମଦାବା ମ୍ୟାଚ୍‌ ପୂର୍ବରୁ) ୩୩୪୪ ରନ କରିଛନ୍ତି। ଦିନିକିଆରେ ସେ ୩୦ଟି, ଟେଷ୍ଟରେ ୯ଟି ଓ ଟି-୨୦ରେ ରେକର୍ଡ ୪ଟି ଶତକ ହାସଲ କରିଛନ୍ତି।

ବର୍ତ୍ତମାନ ବିଶ୍ବ କ୍ରିିକେଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ୧୭ ହଜାର ରନ୍‌ ଅତିକ୍ରମ କରିଥିବା ଖେଳାଳିଙ୍କ ତାଲିକାରେ ନିଜ ନାମକୁ ମଧ୍ୟ ଯୋଡ଼ିଛନ୍ତି ରୋହିତ। ବର୍ତ୍ତମାନ ବିଶ୍ବ କ୍ରିକେଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରୁ ବିରାଟ କୋହଲି (୨୫,୦୪୭), ଜୋ ରୁଟ (୧୮,୦୪୮), ଡେଭିଓ ଓ୍ବାର୍ଣ୍ଣର (୧୭,୦୫୯) ଓ ରୋହିତ ଶର୍ମା ୧୭,୦୧୧ ରନ୍‌ କରିଛନନ୍ତି।

Leave A Reply

Your email address will not be published.