Odisha Link
Bridging the Missing Links in Odisha

ବିପଜ୍ଜନକ ରିଲ୍ସ କରନ୍ତୁନି: ଡିସିପି

ଟ୍ବିଟ ମାଧ୍ୟମରେ ଯୁବପିଢ଼ିଙ୍କୁ ସଚେତନ କରିଛନ୍ତି ଭୁବନେଶ୍ବର ଡିସିପି।

ଓଏଲ୍‌ ବ୍ୟୁରୋ: ଆଜିକାଲି ଯୁବପିଢ଼ିଙ୍କୁ ଦିୱାନା କରିଛି ରିଲ୍ସ। ବିଭିନ୍ନ ଢଙ୍ଗରେ ନିଜ ଜୀବନ ସହ ବାଜି ଲଗାଇ ସମସ୍ତେ ରିଲ୍ସ କରିବାରେ ବ୍ୟସ୍ତ। ଖାଲି ଯୁବପିଢ଼ି ନୁହେଁ ସୋସିଆଲ ମିଡିଆ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତି ରିଲ୍ସରେ ବ୍ୟସ୍ତ ରହୁଛନ୍ତି। ତେବେ ରିଲ୍ସ କରୁ କରୁ ଅନେକ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସୁଛି। ଏହାକୁ ନେଇ ସତର୍କ କରାଇଛନ୍ତି ଡିସିପି ପ୍ରତିକ ସିଂ।

ବିପଜ୍ଜନକ ରିଲ୍ସ ନକରିବାକୁ ଯୁବପିଢ଼ିଙ୍କୁ ସଚେତନ କରିଛନ୍ତି ଡିସିପି ପ୍ରତିକ ସିଂ। ଟ୍ବିଟ ମାଧ୍ୟମରେ ଯୁବପିଢ଼ିଙ୍କୁ ସଚେତନ କରିଛନ୍ତି ଭୁବନେଶ୍ବର ଡିସିପି। ସୋସିଆଲ ମିଡିଆର ଦୁରୁପଯୋଗ କଲା ଭଳି ଭିଡିଓ ସେୟାର ନକରିବାକୁ ଡିସିପି ପ୍ରତିକ ସିଂ ସତର୍କ କରାଇଛନ୍ତି।