Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ବାରଣ କଥା ଜାଣିନି: ମନ୍ତ୍ରୀ ପ୍ରଦୀପ ଅମାତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳୀୟ କର୍ମୀମାନେ ମୁହାଁମୁହିଁ ହେଉଥିବା ଜଣା ପଡୁଛି। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ସାମ୍ବାଦିକଙ୍କୁ ବାରଣ କଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ଜଣା ପଡିଛି। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସାମ୍ବାଦିକକୁ ବାରଣ ହେଉଥିବା ନେଇ ପ୍ରଶ୍ନ ରଖିଥିବାବେଳେ ଏନେଇ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ।

ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କ ବାରଣ କଥା ଜାଣିନି ବିଭାଗ। ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ସରକାରୀ କାର୍ଯ୍ୟକ୍ରମକୁ ମିଡିଆ ନିମନ୍ତ୍ରଣ ଆୟୋଜନ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥାନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.