Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କୁ ମିଳିବ କି ନୋବେଲ ପୁରସ୍କାର?

ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍‌ ପିଏମ୍‌ ମୋଦିଙ୍କୁ ନେଇ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

ଓଏଲ୍‌ ବ୍ୟୁରୋ: ଏବେ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସବୁଠୁ ଚର୍ଚ୍ଚା। ଗଣମାଧ୍ୟମରୁ ଆରମ୍ଭ କରି ବିଶ୍ବ ଦରବାର ପର୍ଯ୍ୟନ୍ତ ପିଏମ୍‌ ମୋଦିଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। କାରଣ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍‌ ପିଏମ୍‌ ମୋଦିଙ୍କୁ ନେଇ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏଥିସହିତ ପିଏମ୍‌ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ନିକଟରେ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମକୁ ଅନୁସରଣ କରୁଛି। ମୋଦିଙ୍କ ପରି ଜଣେ ଶକ୍ତିଶାଳୀ ନେତା ଶାନ୍ତି ବଜାୟ ରଖିବାର କ୍ଷମତା ରଖିଛନ୍ତି। ସେ ଏକ ଶକ୍ତିଶାଳୀ ଦେଶରୁ ଆସିଛନ୍ତି ଏବଂ ତାଙ୍କୁ ବେଶ୍ ଗମ୍ଭୀରତାର ସହ ନିଆଯାଉଛି। ମୋଦିଙ୍କର ବିଶ୍ୱସନୀୟତା ରହିଛି। ସେ ଏହି ଶକ୍ତି ବ୍ୟବହାର କରି ଭୟାବହ ଯୁଦ୍ଧକୁ ମଧ୍ୟ ରୋକିପାରିବେ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦିଙ୍କ ଲଗାତାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର।

ଅନ୍ୟପକ୍ଷେ, ନରୱେରୁ ଆସିଥିବା ସାଂସଦ ହିମାଂଶୁ ଗୁଲାଟି କହିଛନ୍ତି, ଅନେକ ଭାରତୀୟ ଆଗାମୀ ଦିନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେବେ। ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ରୁଷ ଏବଂ ୟୁକ୍ରେନ ଭାରତକୁ ସମ୍ମାନ କରନ୍ତି। ଯଦି ଏହି ଯୁଦ୍ଧକୁ ବନ୍ଦ କରିବାକୁ ହେବ, ତେବେ ଏଥିରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି।

ନୋବେଲ କମିଟିର ଲିଡର କହିଛନ୍ତି, ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ପିଏମ୍‌ ମୋଦି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ବିଶ୍ବରେ ଯୁଦ୍ଧ ସ୍ଥିତି ଦେଖିବାକୁ ମିଳୁଛି। ହେଲେ ଯୁଦ୍ଧ ବନ୍ଦ କରିବା ପାଇଁ ପିଏମ୍‌ ମୋଦି ହିଁ ହେଉଛନ୍ତି ବିଶ୍ବର ସବୁଠାରୁ ବିଶ୍ବସ୍ତ ନେତା। ଆଉ ଆମର ବିଶ୍ବାସ ଯେ, ସେ ନିଶ୍ଚିତ ଭାବରେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିପାରିବେ।

Leave A Reply

Your email address will not be published.