Odisha Link
Bridging the Missing Links in Odisha

ମାଟ୍ରିକ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ

ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ପାଇଁ ଚେଷ୍ଟା କରିବା ସମୟରେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ କରିଥିଲେ ଦୁର୍ବୃତ୍ତ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଦଶମ ବୋର୍ଡ ପରୀକ୍ଷା। ପରୀକ୍ଷା ଆରମ୍ଭ ଦିନରୁ ଅନେକ ଘଟଣା ସାମ୍ନାକୁ ଆସିଥିବାବେଳେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ଖବର ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମନ୍ମଥନାଥ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇ ଫେରୁଥିଲେ ଜଣେ ଛାତ୍ରୀ। ପରୀକ୍ଷା ସାରି ଫେରିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ। କାର୍‌ରେ ଉଠାଇ ନେବା ବେଳେ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ପାଇଁ ଚେଷ୍ଟା କରିବା ସମୟରେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ କରିଥିଲେ ଦୁର୍ବୃତ୍ତ। ଆକ୍ରମଣର ଶିକାର ହୋଇଥିବା ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.