Odisha Link
Bridging the Missing Links in Odisha

ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି: ଜୟନାରାୟଣ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କ ପ୍ରସଙ୍ଗ ଉଠାଇଲେ ଜୟ ନାରାୟଣ ମିଶ୍ର।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରବାଜି ଦେଖିବାକୁ ମିଳିଛି। ଗୃହରେ ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କ ପ୍ରସଙ୍ଗ ଉଠାଇଲେ ଜୟ ନାରାୟଣ ମିଶ୍ର।

ସେ କହିଛନ୍ତି, ଅସିତ ତ୍ରିପାଠୀ, ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସ। ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପୁନଃ ନିଯୁକ୍ତି କରାଯାଇଛି। ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ପାଲଟିଛି। ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି , ଏଇଟା କଣ ଏକ ବିଚାର ଧାରା ବୋଲି କହିଛନ୍ତି ବିରୋଧୀ ଦଳ ନେତା। ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସପ୍ରାପ୍ତ ଅଫିସରଙ୍କୁ ଥଇଥାନ କରାଯାଉଛି। ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

Leave A Reply

Your email address will not be published.