ଦୁର୍ଘଟଣାଗ୍ରସ୍ତ ହେଲା ଯବାନଙ୍କ ଭ୍ୟାନ୍, ୬ ଆହତ
ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ସମୟରେ ଭ୍ୟାନଟି ବିଲକୁ ଓଲଟି ପଡିଥିଲା।

ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ବୋଲଗଡ଼ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭ୍ୟାନଟି ଯବାନଙ୍କୁ ନେଇ ଛତିଶଗଡ଼ ଯାଉଥିଲା। ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ସମୟରେ ଭ୍ୟାନଟି ବିଲକୁ ଓଲଟି ପଡିଥିଲା। ଭ୍ୟାନ୍ ଓଲଟି ପଡିବା ଦ୍ୱାରା ୬ ଯବାନ ଆହତ ହୋଇଥିବା ଜଣା ପଡିଛି। ଛତିଶଗଡ଼ ଯାଉଥିବା ବେଳେ ବୋଲଗଡ଼ ନିକଟରେ ଭ୍ୟାନ୍ ଓଲଟି ଆହତ ହୋଇଥିବା ୬ ଆଇଟିବିପି ଯବାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।