Odisha Link
Bridging the Missing Links in Odisha

ପୁଲିସ ଏନ୍‌କାଉଣ୍ଟରରେ ମହିଳା ନକ୍ସଲ ନିହତ

ପୁଲିସ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏକାଧିକ ନକ୍ସଲଙ୍କ ଛତ୍ରଭଙ୍ଗ କରିଛି।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲ-ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଛି। ନକ୍ସଲ-ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ପୁଲିସ ଏନ୍‌କାଉଣ୍ଟର କରିଥିଲା। ପୁଲିସ ଏନ୍‌କାଉଣ୍ଟର କରିବା ସମୟରେ ଜଣେ ମହିଳା ନକ୍ସଲ ନିହତ ହୋଇଥିବା ଜଣା ପଡିଛି।

ଖବର ଅନୁସାରେ, ପୁଲିସ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏକାଧିକ ନକ୍ସଲଙ୍କ ଛତ୍ରଭଙ୍ଗ କରିଛି। ନକ୍ସଲଙ୍କ ଛତ୍ରଭଙ୍ଗ ସମୟରେ ନକ୍ସଲ-ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଗାଙ୍ଗଲୁର ଥାନା କରଚୋଲି-ତଡ଼କା ଜଙ୍ଗଲ ମଧ୍ୟରେ ଏନ୍‌କାଉଣ୍ଟର କରିଥିଲା ପୁଲିସ। ଜଣେ ମହିଳା ନକ୍ସଲଙ୍କର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଛି। ତେବେ ପୁଲିସ ଘଟଣାସ୍ଥଳରେ ଏକାଧିକ ନକ୍ସଲଙ୍କ ଛତ୍ରଭଙ୍ଗ କରିଥିବାବେଳେ ଗୋଟିଏ ରାଇଫଲ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.