Odisha Link
Bridging the Missing Links in Odisha

ଗୃହରେ ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନି: ଅରୁଣ ସାହୁ

ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ମୁହାଁମୁହିଁ ହେଉଥିବା ସୂଚନା ମିଳୁଛି। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ପୁଣି ୫-ଟିକୁ ନେଇ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୫-ଟି, ଚାଉଳ, କ୍ରୀତଦାସ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଅରୁଣ ସାହୁ ଗୃହ ବାହାରେ କହିଛନ୍ତି, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ।ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବାକୁ ସୁଯୋଗ ଦେଉନାହାନ୍ତି ବିରୋଧୀ।

ବିଜେପିର ୮ ଜଣ ସାଂସଦ ଓ ବିଧାୟକମାନେ ଏବାବଦରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିପାରନ୍ତେ। ସେମାନେ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହରେ ହୋ-ହଲ୍ଲା କରୁଛନ୍ତି। ବିଜେଡ଼ି ଦାବି କରୁଛି ବଳକା ଚାଉଳ ଉଠାଇବା ସହ କାଟି ଥିବା ରାଜ୍ୟବାସୀଙ୍କୁ ୫ କେଜି ଚାଉଳ ଦିଅନ୍ତୁ କେନ୍ଦ୍ର ସରକାର।

ଚାଉଳ ପ୍ରସଙ୍ଗକୁ ନେଇ ବିଧାୟକ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ। ୭୧ ହଜାର କୋଟି ବଜେଟରୁ କଟିଲା। ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି। ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା। ଉଷୁନା ଚାଉଳ ନେଉନାହାନ୍ତି।

ଚାଷୀ କେତେ ଅସୁବିଧାରେ ପଡିବେ ତାହା ଚିନ୍ତା ନକରି ବିରୋଧୀ ଗୃହରେ ହଟ୍ଟଗୋଳ କରୁଛନ୍ତି। ଯଦି ଚାଷୀକୂଳର ପ୍ରସଙ୍ଗ ଗୃହରେ ଆଲୋଚନା କରାଯିବନି ତେବେ କେଉଁଠି ହେବ। ବିରୋଧୀ ମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଚଳାଇ ଦେଉନାହାନ୍ତି। ଯେହେତୁ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ଏମିତି କରୁଥିବା କହିଛନ୍ତି ବିଧାୟକ ଅରୁଣ ସାହୁ।

Leave A Reply

Your email address will not be published.