Odisha Link
Bridging the Missing Links in Odisha

କାଲିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ସମ୍ଭାବନା

ପରେ ୩୧ ତାରିଖରେ ସୃଷ୍ଟି ହେବ ଆଉ ଏକ ଶକ୍ତିଶାଳୀ ପଶ୍ଚିମା ଝଡ।

ଓଏଲ୍‌ ବ୍ୟୁରୋ : ପୁଣି ରାଜ୍ୟବାସୀଙ୍କୁ ଭିଜାଇବ ପଶ୍ଚିମାଝଡ଼। ଆସୁଛି ଆଉ ଦୁଇଟି ପଶ୍ଚିମା ଝଡ଼। କାଲିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବାର ସମ୍ଭାବନା ଥିବା କୁହାଯାଉଛି। ପରେ ୩୧ ତାରିଖରେ ସୃଷ୍ଟି ହେବ ଆଉ ଏକ ଶକ୍ତିଶାଳୀ ପଶ୍ଚିମା ଝଡ। ଯାହାର ପ୍ରଭାବ ଏପ୍ରିଲ ୨ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପଡ଼ିପାରେ। ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିିଠି ଲେଖିଛନ୍ତି ଏସଆରସି।

ଖବର ଅନୁସାରେ, ପୂର୍ବରୁ ରାଜ୍ୟରେ ଘଡଘଡି ସହ କୁଆପଥର ବର୍ଷା ଅନୁଭୂତ ହୋଇଥିଲା। ବର୍ତମାନ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିବା ଜଣା ପଡିଛି। ତେବେ ରାଜ୍ୟରେ ହେବାକୁ ଥିବା ପଶ୍ଚିମାଝଡ଼ର ପ୍ରଭାବରେ ଅନୁଭୂତ ତାପମାତ୍ରରୁ ତ୍ରାହି ମିଳିପାରେ ବୋଲି କୁହାଯାଉଛି। ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଶେଷତଃ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.