Odisha Link
Bridging the Missing Links in Odisha

ଆଜି ରାତିରେ ରାଜ୍ୟର ୯ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା

ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହୋଇ ତାତି ବଢିବାର ଆଶଙ୍କା ଥିବା କୁହାଯାଉଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ଭିଜାଇଛି ପଶ୍ଚିମା ଝଡ଼। ଆହୁରି ମଧ୍ୟ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ଆଜି ରାତିରେ ଉପକୂଳ ଓଡ଼ିଶା ସମେତ ୯ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁରରେ ରହିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ୧୧ ମିମି ବର୍ଷା ରେକର୍ଡ ହୋଇଥିଲା।

ଅନ୍ୟପକ୍ଷେ, ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହୋଇ ତାତି ବଢିବାର ଆଶଙ୍କା ଥିବା କୁହାଯାଉଛି। ଗତକାଲି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ବର୍ଷା ହେବାର ଆଶଙ୍କା ଥିଲା।

Leave A Reply

Your email address will not be published.