Odisha Link
Bridging the Missing Links in Odisha

ଆଜିଠୁ ମାଟ୍ରିକ ଖାତାଦେଖା

୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହୋଇଥିଲା ମାଟ୍ରିକ ବୋର୍ଡ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ତେବେ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ଆଜିଠୁ ଆରମ୍ଭ ହେବ। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରୀକ୍ଷା ଖାତା ମୂଲ୍ୟାୟନ କରିବେ।

ଖବର ଅନୁସାରେ, ଗତ ୨୦ରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ନେଇ ସୂଚନା ପ୍ରକାଶ ପାଇଥିଲା। ଏପ୍ରିଲ ୩ରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବା ନେଇ ସୂଚନା ମିଳିଥିଲା, ଯାହା ଆଜିଠୁ ଆରମ୍ଭ ହୋଇଛି। ତେବେ ଏହି ଖାତାଦେଖା ପ୍ରକ୍ରିୟା ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯାଇଥିବା ସୂଚନା ମିଳିଛି। ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ତେବେ ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଥିଲେ।

Leave A Reply

Your email address will not be published.