Odisha Link
Bridging the Missing Links in Odisha

ନୂଆପଡ଼ାରେ ବାଘ ଆତଙ୍କ, ପୁଣି ବାଛୁରୀ ମାରି ଖାଇଥିବା ଅଭିଯୋଗ

ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଣଙ୍କୁ ନେଇ ଭୟବିତ୍ତ ଅଛନ୍ତି।

ଓଏଲ୍‌ ବ୍ୟୁରୋ: ନୂଆପଡ଼ାରେ ବାଘ ଭୟରେ ଗ୍ରାମବାସୀ। ପୁଣି ବାଛୁରୀ ମାରି ଖାଇଲା କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ୍‌ ପାୱାରଟୋଲା ଗାଁରୁ ବାଛୁରୀ ଟାଣି ନେଇ ବାଘ ଖାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। କିଛି ଦିନ ହେଲା ଗୃହପାଳିତ ପଶୁ ଶିକାର କରୁଛି ବାଘ। ଏହି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି।

ଖବର ଅନୁସାରେ, ବାଘ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ପରେ ପୁଣି ଏକ ବଳଦର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଘଟଣାସ୍ଥଳରେ ବନ କର୍ମଚାରୀ ପହଂଚି ତଦନ୍ତ ଜାରି କରିଥିଲେ। ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଣଙ୍କୁ ନେଇ ଭୟବିତ୍ତ ଅଛନ୍ତି।

ପୂର୍ବରୁ, ଗତ ୨୯ରେ ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ଗାଈକୁ ବାଘ ମାରିଥିବା ଅଭିଯୋଗ ଲୋକେ ଆଣିଥିଲେ। ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଗତ ମାର୍ଚ୍ଚ ୧୪ରେ ମଧ୍ୟ ସେ ଗ୍ରାମରେ ଭାଗରଥି ଭୋଇଙ୍କ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଥିଲେ। ବାଘ ଭୟରେ ଲୋକେ ଘରୁ ବିଶେଷ ବାହାରୁନଥିବା ଜଣା ପଡିଛି।

ବାଘ ମାରିବା ପରେ ଗାଁରେ ୧୩ଟି କ୍ୟାମେରା ଲଗାଯାଇଥିଲା। ବର୍ତ୍ତମାନ ଆକ୍ରମଣ କରୁଥିବା ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଥିଲା। ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଣଙ୍କୁ ନେଇ ଭୟବିତ୍ତ ଅଛନ୍ତି। ବନ କର୍ମଚାରୀ ପହଂଚି ତଦନ୍ତ ପରେ ମଣିଷଖିଆ କଲରାପତରିଆ ବନବିଭାଗ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଥିଲା।

Leave A Reply

Your email address will not be published.