ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚାଲିଛି ଚଢ଼ାଉ। ଏକାସାଙ୍ଗରେ ରାଜ୍ୟର ଗଂଜାମ, ନୟାଗଡ, ଭୁବନେଶ୍ୱର, ସୋର, ଢେଙ୍କାନାଳରେ ଚାଲିଛି ଆଇଟିର ଘନଘନ ଚଢାଉ। ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି। ଟିକସ ଫାଙ୍କିବା ଅଭିଯୋଗରେ ହୋଇଛି ଏହି ଚଢାଉ। ଚଢାଉ କରାଯାଉଥିବା ବ୍ୟକ୍ତିମାନଙ୍କର ପଲିଟିକାଲ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି।
ଖବର ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ପରେ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢି ଯାଇଛି। ବିଜେପି ଏବଂ ବିଜେଡିର ନେତା ଏହି ଚଢ଼ାଉକୁ ନେଇ ନିଜର ମତ ମାଧ୍ୟମରେ ସାମ୍ନାସାମ୍ନି ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ବିଛାଖଣ୍ଡି, ରାହାଡପୁର ଓ ଚଡେଇଧରାର ବିଭିନ୍ନ କ୍ରସର ୟୁନିଟ୍ ଓ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଛି।
ଆକ୍ରୋଷ ମୂଳକ ହୋଇ ଚଢାଉ କରାଯାଉଥିବାର ଅଭିଯୋଗ ଆଣିଲା ବିଜୁ ଜନତା ଦଳ। ଏହାର ଜବାବ ରଖିଛି ବିଜେପ। ବିଜେପି ରାଜ୍ୟ ସଭାପତି କହିଛନ୍ତି ଯଦି ଭୁଲ କରି ନାହାଁନ୍ତି ତାହାଲେ ଡରୁଛନ୍ତି କାହିିଁକି। ତେବେ ଆୟକର ବିଭାଗ ପକ୍ଷରୁ ଜାରି ରହିଥିବା ଏହି ଚଢ଼ାଉ ପରେ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।