ଭିଜିଲାନ୍ସ ପଞ୍ଝାରେ ଜିଏସଟି ଅଧିକାରୀ, ଏକ କେଜିରୁ ଅଧିକ ଗ୍ରାମର ସୁନା ଅଳଙ୍କାର ଠାବ
ଏକ କେଜି ୬୦ ଗ୍ରାମର ସୁନା ଅଳଙ୍କାର ଏବଂ ୧୯ଟି ସୁନା ବିସ୍କୁଟ ଠାବ ହୋଇଥିବା ସୂଚନା ମିଳିଛି।
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ। ଜିଏସଟି ଅଧିକାରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ବେଳେ ଚିତ୍ତରଞ୍ଜନଙ୍କ ଲକରରୁ ସୁନା ମିଳିଥିବା ସୂଚନା ମିଳିଛି। ଏକ କେଜି ୬୦ ଗ୍ରାମର ସୁନା ଅଳଙ୍କାର ଏବଂ ୧୯ଟି ସୁନା ବିସ୍କୁଟ ଠାବ ହୋଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ୮୦ ହଜାର ଟଙ୍କା ଲାଞ୍ଚ ମାମଲାରେ ଚିତ୍ତରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ପଞ୍ଝାରେ ଥିବା ଜିଏସଟି ଅଧିକାରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ବ୍ୟାଙ୍କ ଲକରରେ ଥିବା ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ଜବତ ହୋଇଛି। ଏପର୍ଯ୍ୟନ୍ତ ଠାବ ହେଲାଣି ୧୧୩୫ ଗ୍ରାମର ସୁନା। ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣା ପଡିଛି।