Odisha Link
Bridging the Missing Links in Odisha

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନ ଗସ୍ତରେ ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନରେ ପହଞ୍ଚିବା ପରେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ତେବେ ଆଜି ଜାପାନ ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍। ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀକୁ ନିଜେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ବୋଲି ଜଣା ପଡିଥିଲା।

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୩୦ ନିୟୁତ ଟନର ଏହି ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ। ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନର ସଭାପତି ଏନେଇ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ ବୈଠକ କରିବା ପାଇଁ ଜାପାନ ଗସ୍ତରେ ଯାଇଛନ୍ତି। ଓଡ଼ିଶା ବିଜନେସ୍ ମିଟରେ ଯୋଗଦେବା ସହ, ସେଠାରେ ବିଭିନ୍ନ ବଡ଼ ପୁଞ୍ଜିପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ ବୋଲି ଜଣା ପଡିଥିଲା। ଜାପାନ ଗସ୍ତରେ ଯାଇଥିବା ଓଡ଼ିଶା ପ୍ରତିନିଧି ଦଳ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ଜେଏଫ୍‌ଇ କର୍ପୋରେସନ୍‌ ସହ ସମ୍ଭାବ୍ୟ ସହଯୋଗିତା ବିଷୟରେ ଆଲୋଚନା କରିଛନ୍ତି।

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳରେ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.