Odisha Link
Bridging the Missing Links in Odisha

ସମାଲୋଚନା ପରେ ହଟିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ନବକୃଷ୍ଣ ପାଦ ପର୍ଯ୍ୟନ୍ତ ନୁହେଁ ଆଣ୍ଠୁ ଲୁଚୁନଥିବା ଧୋତି ପିନ୍ଧୁଥିବା ବେଳେ ଏହିଭଳି ତାଙ୍କ ମୂର୍ତ୍ତିରେ ପୋଷାକକୁ ନେଇ ବିବାଦ ବଢିଥିଲା।

ଓଏଲ୍‌ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୋଷାକକୁ ନେଇ ବିଭିନ୍ନ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଚାରିଆଡୁ ବିରୋଧ ପରେ ପ୍ୟାଣ୍ଟ କୋର୍ଟ ହଟାଇ ମୂର୍ତ୍ତିରେ ଧୋତି ପଞ୍ଜାବୀ ପିନ୍ଧାଇଥିଲେ ଅନୁଗୁଳ ପୌରପାଳିକା। ପରେ ବିବାଦ ଲାଗିରହିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ହଟାଇ ଦେଇଛି ପ୍ରଶାସନ। ବାରମ୍ବାର ସମାଲୋଚନା ଓ ବିରୋଧ ପରେ ପ୍ରତିମୂର୍ତ୍ତି ଥିବା ଅନୁୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କ ଗେଟରେ ତାଲା ପକାଇ ଦିଆଯାଇଥିଲା। ଆଉ ଶେଷରେ ବିବାଦ ବଢିଚାଲିଥିବା ବେଳେ ଶେଷରେ ପାର୍କରେ ଥିବା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।

ଖବର ଅନୁସାରେ, ଅନୁୁଗୁଳ କୋର୍ଟ ସାମ୍ନା ପାର୍କ ନିକଟରେ ପ୍ରଥମେ ନବକୃଷ୍ଣଙ୍କୁ ପ୍ୟାଣ୍ଟ କୋର୍ଟ ସହ ପାଦରେ ବୁଟ୍ ପିନ୍ଧାଯାଇଥିଲା। ଯାହା ବିରୋଧ କରାଯାଇଥିବା ବେଳେ ପ୍ରଶାସନ ଭୁଲ ମାନିଥିଲା। ସେହି ପୋଷାକ ବଦଳାଇ ମୂର୍ତ୍ତିରେ ଧୋତି ପଞ୍ଜାବୀ ପିନ୍ଧାଇଥିଲା ଅନୁଗୁଳ ପୌରପାଳିକା। ହେଲେ ପୁଣି ସମାଲୋଚନା ହୋଇ ବିବାଦ ବଢିଥିଲା। ନବକୃଷ୍ଣ ପାଦ ପର୍ଯ୍ୟନ୍ତ ନୁହେଁ ଆଣ୍ଠୁ ଲୁଚୁନଥିବା ଧୋତି ପିନ୍ଧୁଥିବା ବେଳେ ଏହିଭଳି ତାଙ୍କ ମୂର୍ତ୍ତିରେ ପୋଷାକକୁ ନେଇ ବିବାଦ ବଢିଥିଲା।

ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ନବପ୍ରେମୀ। ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ। ନବ ବାବୁଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ବଢିଚାଲିଥିବା ବେଳେ ଶେଷରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.