Odisha Link
Bridging the Missing Links in Odisha

ଜେଲରୁ ବାହାରିବା ପରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଲେ ନବଜୋତ ସିଂ ସିଦ୍ଧୁ

ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ ନବଜୋତ ସିଂ ସିଦ୍ଧୁ।

ଓଏଲ୍‌ ବ୍ୟୁରୋ: ଗତ ଏପ୍ରିଲ ୧ରେ ଜେଲରୁ ମୁକୁଳୁଥିଲେ ନବଜୋତ ସିଂ ସିଦ୍ଧୁ। ପଟିଆଲା ଜେଲରୁ ମୁକୁଳିବା ପରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କୁ ଆଡମ୍ବରର ସହ ସ୍ୱାଗତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ ନବଜୋତ ସିଂ ସିଦ୍ଧୁ। ଜେଲରୁ ମୁକୁଳିବା ପରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିବା ଜଣା ପଡିଛି।

ଖବର ଅନୁସାରେ,୧୯୮୮ ମସିହାର ଏକ ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ସେ ଖଲାସ ହୋଇଥିଲେ। ତେବେ ମୁକୁଳିବା ପରେ ତାଙ୍କ ପତ୍ନୀ ନବଜୋତ କୌର ଭାବବିହ୍ୱଳ ହୋଇଥିଲେ। ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବା ପରେ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଛନ୍ତି ନବଜୋତ ସିଂ ସିଦ୍ଧୁ। ଅନ୍ୟପକ୍ଷେ, ରାହୁଲ ଗାନ୍ଧୀଙ୍କ ଲୋକସଭା ପଦବୀ ରଦ ହେବା ସହ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ଶୁଣାଣି ପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜାମିନ ମିଳିଛି।

ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ। ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା।

ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ରାହୁଲ ଗାନ୍ଧୀଙ୍କ ଲୋକସଭା ପଦବୀ ରଦ ହେବା ସହ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ଶୁଣାଣି ପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜାମିନ ମିଳିଛି। ରାହୁଲ ଗାନ୍ଧୀ ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଥିଲେ ସୁରଟ ସେସନ କୋର୍ଟ। ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.