Odisha Link
Bridging the Missing Links in Odisha

ବିନୋଦ ଦାସ ହତ୍ୟା ମାମଲା: ୪ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡାଦେଶ

ଓଏଲ୍‌ ବ୍ୟୁରୋ: କଟକ ସଦର ଥାନା ବ୍ରାହ୍ମଣ ଝରିଲୋରେ ବିନୋଦ ଦାସ ହତ୍ୟା ମାମଲାର ଆଜି ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ବିନୋଦ ଦାସ ହତ୍ୟା ମାମଲାରେ ସମ୍ପୃକ୍ତ ୪ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ଏଡିଜେ। ବିନୋଦ ଦାସ ହତ୍ୟା ମାମଲାର ଆଜୀବନ ସଜା ଘୋଷଣା କରାଯାଇଥିବା ୪ ଦୋଷୀ ହେଉଛନ୍ତି, ନିଗମାନନ୍ଦ ଜେନା, ସୁମନ ଦାସ, ଦୋଷୀ ନିହାର ରଂଜନ ଦାସ, ମାଧବ ଦାସ। ୨୦୧୫ ଡିସେମ୍ବର ୬ ତାରିଖରେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିଲା। ଏନେଇ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡର ୮ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.