Odisha Link
Bridging the Missing Links in Odisha

କରୋନାରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସେଇଭଳି ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ତେବେ ଏହି ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ ପଜିଟିଭ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ସେଇଭଳି ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ତେବେ ଏହି ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଛନ୍ତି କି, କରୋନାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟରୁ ମଧ୍ୟ ଦୂରେଇ ରହିବାକୁ ପଡିବ। ଏହାସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ନିଜ ନିଜ ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମୀ ଉପରେ ସମୀକ୍ଷା ବୈଠକ କରନ୍ତୁ। ଏହାସହ ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ଦେଶରେ କୋଭିଡକୁ ନେଇ ମକ୍ ଡ୍ରିଲ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟର ହସ୍ପିଟାଲ ସ୍ଥିତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ସୂଚନା ଅନୁସାରେ, ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ୨୮ ହଜାର ୩୦୩କୁ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୩ଜଣ ପ୍ରାଣ ହରାଇଥିବା ଜଣା ପଡିଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨, ଦିଲ୍ଲୀରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟ, ହରିୟାଣା, ପଞ୍ଜାବ, ଜାମ୍ମୁ ଓ ହିମାଚଳରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କରୋନା ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ ଆୟୋଜିତ ହୋଇଛି। ଗତକାଲି ଦେଶରେ ୫ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ତେବେ ବୃଦ୍ଧିପାଉଥିବା କରୋନାକୁ ନଜରରେ ରଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।

Leave A Reply

Your email address will not be published.