Odisha Link
Bridging the Missing Links in Odisha

ରାଜ୍ୟରେ ଆଗୁଆ ନିର୍ବାଚନ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ

ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି।

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା। ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନା ଜଳ୍ପନା କରାଯାଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ।

ବିଭିନ୍ନ ସ୍ଥାନକୁ ଆସିଥିବା ଇଭିଏମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ସେ କହିଛନ୍ତି ଇଭିଏମ ଆସିବା ଏକ ସାଧାରଣ ପ୍ରକ୍ରିୟା। ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ।

ଖବର ଅନୁସାରେ, ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶା ରାଜନୀତିରେ ବେଶ ସକ୍ରିୟ ଅଛନ୍ତି। ଏହାରି ମଧ୍ୟରେ ନିର୍ବାଚନ ପୂର୍ବରୁ ହାଇଦ୍ରାବାଦରୁ ଆସି ପୁରୀରେ ପହଞ୍ଚିଥିଲା ୮୨୦୦ ୟୁନିଟ୍ ଇଭିଏମ୍। ସେଗୁଡ଼ିକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି। ନିର୍ବାଚନ ନଥାଇ ଇଭିଏମ୍ ଆସିଥିବାରୁ ସଅଳ ନିର୍ବାଚନ ହେବା ନେଇ ପୁଣି ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପିଆରଓ।

Leave A Reply

Your email address will not be published.