Odisha Link
Bridging the Missing Links in Odisha

ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଗୁଳିମାଡ଼, ଜଣେ ମୃତ

ଭୁଲ୍‌ରେ ହୋଇଥିବା ଗୁଳି ଚାଳନା ଯୋଗୁ ଅକାଳରେ ଜଣେ ସୈନ୍ୟ ପ୍ରାଣ ହରାଇଥିବା ଜଣାଯାଇଛି।

ଓଏଲ୍‌ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ। ପଞ୍ଜାବର ଭଟିଣ୍ଡାରେ ହୋଇଥିବା ଭୟଙ୍କର ଗୁଳିକାଣ୍ଡରେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଥରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଶେ ସୈନ୍ୟ ଆଖି ବୁଜିଛନ୍ତି। ଭୁଲ୍‌ରେ ହୋଇଥିବା ଗୁଳି ଚାଳନା ଯୋଗୁ ଅକାଳରେ ଜଣେ ସୈନ୍ୟ ପ୍ରାଣ ହରାଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ସେନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି। ତେବେ ଗତକାଲି ଓ ଆଜିର ଘଟଣା ମଧ୍ୟରେ କୌଣସି ସମ୍ପର୍କ ନ ଥିବା ଜଣାଯାଇଛି।

ଗତକାଲି ଭଟିଣ୍ଡା ମିଲିଟାରୀ ଷ୍ଟେଶନରେ ହୋଇଥିବା ଗୁଳିମାଡ଼ ପରେ ହାଇ ଆଲର୍ଟ ଜାରି କରାଯାଇଥିଲା। ତେବେ ଏହି ଘଟଣାରେ ଅଭିଯୁକ୍ତ ସୁଟର ଧରାପଡିଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ସେନା ଯବାନ ଥିବା ସୂଚନା। ଧରାପଡ଼ିବା ପରେ ଯବାନଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଥିଲା। କଲି ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। କୁଇକ୍ ରିଆକସନ୍ ଟିମ୍ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଥିଲା। ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ପରେ ସେନା ଛାଉଣୀକୁ ସମ୍ପୂର୍ଣ୍ଣ ସିଲ କରାଯାଇଥିଲା। ସର୍ଚ୍ଚ ଅପରେସନ ଜାରି ସାଉଥ ୱେଷ୍ଟ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଥିଲା।

Leave A Reply

Your email address will not be published.