Odisha Link
Bridging the Missing Links in Odisha

‘ନବୀନ ପଟ୍ଟନାୟକ ରାଜ୍ୟରେ କାମ କରୁଛନ୍ତି, ସେହି ଭରସାରେ ବିଜେଡିକୁ ଭୋଟ ମିଳିବ’

ଆମେ ଲୋକଙ୍କ ପାଖରେ ଉତ୍ତରଦାୟୀ, ଲୋକଙ୍କ ପାଇଁ ଯାହା ଭଲ ହେବ ରାଜ୍ୟ ସରକାର କରିବେ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ରାଜନୈତିକ ଆକଳନ। ୩ ପ୍ରମୁଖ ଦଳ ବିଜୟ ନେଇ ଆଶାବାଦୀ ରହିଛନ୍ତି। ତେବେ ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଆମେ ଲୋକଙ୍କ ପାଇଁ କାମ କରିଛୁ, ଲୋକଙ୍କ ସହ ଅଛୁ। ତେଣୁ ଆମର ବିଜୟ ହେବ। ନବୀନ ପଟ୍ଟନାୟକ ରାଜ୍ୟରେ କାମ କରୁଛନ୍ତି ଲୋକଙ୍କର ତାଙ୍କ ଉପରେ ଭରସା ଅଛି। ସେହି ଭରସାରେ ବିଜେଡିକୁ ଭୋଟ ମିଳିବ।

ବିରୋଧୀ ବିଜେପି ଲୋକଙ୍କ ପାଇଁ କଣ କରିଛି। କେନ୍ଦ୍ରରେ ବିଜେପିର ସରକାର ରହିଛି, କଣ ଲୋକଙ୍କ ପାଇଁ କାମ କରିଛି ତାହାର ହିସାବ ଦେଇପାରିବେ। ଲୋକଙ୍କ ପାଖରେ ନ ପହଞ୍ଚି ବରଂ ଲୋକଙ୍କୁ ହଇରାଣ କରୁଛନ୍ତି। ବୃଦ୍ଧ ଲୋକ ତାଙ୍କ ପାଇଁ କାନ୍ଦୁଛନ୍ତି। ବିଜେପି ଲୋକଙ୍କ ପାଇଁ କଣ କରିଛି ଯେ ଭୋଟ ମାଗିବାକୁ ଯିବ। ତାଙ୍କ ପାଇଁ ବୁଢା ବୁଢ଼ି ଏବେ କାନ୍ଦୁଛନ୍ତି। ପେନସନ ଠିକ ଭାବେ ମିଳୁନି। ବ୍ୟାଙ୍କ ଯାଇ ଟିପ ଚି଼ହ୍ନ ଦେଇ ଯାହା ହଇରାଣ ହେଉଛନ୍ତି, ଆମେ ଦେଖୁଛୁ। ଏଭଳି କହି ବିଜେପିକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ବେଦାନ୍ତ ପ୍ରସଂଗରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଆମେ ଯାହା କଲେ ବିରୋଧୀଙ୍କୁ ଭଲ ଦେଖାଯିବନି। ଆମେ ଲୋକଙ୍କ ପାଖରେ ଉତ୍ତରଦାୟୀ, ଲୋକଙ୍କ ପାଇଁ ଯାହା ଭଲ ହେବ ରାଜ୍ୟ ସରକାର କରିବେ।

Leave A Reply

Your email address will not be published.