Odisha Link
Bridging the Missing Links in Odisha

ସମ୍ପର୍କରେ ସୃଷ୍ଟି ହେଲା ଫାଟ, ପଥରରେ ଛେଚି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଲା ପୁଲିସ।

ଓଏଲ୍‌ ବ୍ୟୁରୋ: ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଭୁଲିଗଲେ ରକ୍ତ ସମ୍ପର୍କର ମୂଲ୍ୟ ଏବଂ କୌଣସି ବିବାଦରୁ ନେଇଗଲେ ଯୁବକଙ୍କ ଜୀବନ। ଝାରସୁଗୁଡ଼ା ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପଥରରେ ଛେଚି ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡିଛି। ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନାହିଁ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଲା ପୁଲିସ। ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବାବେଳେ ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.