Odisha Link
Bridging the Missing Links in Odisha

ରାଜ୍ୟରେ ୯୮ ପ୍ରତିଶତ ଜଙ୍ଗଲରେ ନିଆଁ ଲିଭାଯାଇଛି: ପିସିସିଏଫ୍

ସମ୍ବଲପୁର ଛାଡ଼ି ବାକି ଜିଲ୍ଲାରେ ୯୮ ପ୍ରତିଶତରୁ ଅଧିକ ଜଙ୍ଗଲରେ ନିଆଁ ଲିଭାଯାଇଛି।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଗତ କିଛି ଦିନ ହେବ ବ୍ୟାପକ ଜଙ୍ଗଲରେ ନିଆଁ ଲାଗିଥିଲା। ଲାଗିଥିବା ନିଆଁ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ନିଆଁ ଆୟତ୍ତ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା। ତେବେ ଜଙ୍ଗଲ ନିଆଁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ। ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିବା ମୁତାବିକ, ୧୩ ଓ ୧୪ ତାରିଖରେ ୮୦୦-୯୦୦ ପଏଣ୍ଟରେ ନିଆଁ ଲାଗିଥିଲା। ୧୫ରେ ୪୦୦ ପଏଣ୍ଟ, ୧୬ରେ ୩୦୦ ପଏଣ୍ଟରେ ନିଆଁ ଲାଗିଥିଲା। ସମ୍ବଲପୁର ଛାଡ଼ି ବାକି ଜିଲ୍ଲାରେ ୯୮ ପ୍ରତିଶତରୁ ଅଧିକ ଜଙ୍ଗଲରେ ନିଆଁ ଲିଭାଯାଇଛି। ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି  ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିଛନ୍ତି।

ସୂଚନା ଅନୁସାରେ, ଓଡିଶାରେ ବ୍ୟାପକ ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ ମନ୍ତ୍ରୀଙ୍କୁ ଭେଟିବା ସହ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖି ଅନୁରୋଧ କରିଥିଲେ। ଚିଠିରେ ଜଙ୍ଗଲ ସମ୍ପଦ, ଜୈବବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ବୋଲି ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.