Odisha Link
Bridging the Missing Links in Odisha

ଆଇଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ କରିଛନ୍ତି ଛୋଟ ଧରଣର ଅଦଳବଦଳ। ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଥିବା ୨୦୧୧ କ୍ୟାଡର ଆଇଏଏସ୍‌ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବଦଳି କରାଯାଇଛି।

ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀ ତ୍ରିପାଠୀ ଏସ୍‌ସିଏସ୍‌ଟିଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାକାର ୨୦୧୨ କ୍ୟାଡର ଆଇଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଗତ ୬ ତାରିଖ ଦିନ ବଦଳି କରାଯାଇଥିଲା। ଶ୍ରୀ ସାମଲଙ୍କ ସ୍ଥାନରେ ସୋନପୁରର ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ମିଳିଥିଲା।

Leave A Reply

Your email address will not be published.