Odisha Link
Bridging the Missing Links in Odisha

ମାଫିଆମାନେ ଏବେ ଚିନ୍ତାରେ: ଯୋଗୀ ଆଦିତ୍ୟନାଥ

ଓଏଲ୍‌ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ମଧ୍ୟରେ ମାଫିଆ ଓ ଅପରାଧୀମାନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କହିଛନ୍ତି, ” ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା। ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଏବେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ। ର୍ତ୍ତମାନ କୌଣସି ପେଶାଗତ ଅପରାଧୀ କିମ୍ବା ମାଫିଆ ଆଉ ଫୋନ ଯୋଗେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ। କାରଣ ଏବେ ସବୁ ମାଫିଆମାନେ ଚିନ୍ତାରେ ଅଛନ୍ତି ବୋଲି ଯୋଗୀ କହିଛନ୍ତି।

ଏପରିକି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଶାସନାଧୀନ ସରକାରକୁ ଟାର୍ଗେଟ କରିଛନ୍ତି। ୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା। କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି। ଏଥିରୁ ଆପଣମାନେ ନିଶ୍ଚିତ କରନ୍ତୁ ଯେ କେଉଁ ସରକାର ସମୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ଠିକ୍‌ ଅଛି।

Leave A Reply

Your email address will not be published.