Odisha Link
Bridging the Missing Links in Odisha

ଏଥର ଗୋଟିଏ ପ୍ଲାଟଫର୍ମରେ ମିଳିବ ଆଧାର, ପାନ୍ ଭଳି ୧୩ ହଜାରରୁ ଅଧିକ ସେବା

ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ।

ଓଏଲ୍‌ ବ୍ୟୁରୋ: ଆଜିକାଲି ଇଣ୍ଟରନେଟ ଦ୍ୱାରା ଅତି ସହଜରେ ଅନେକ କାର୍ଯ୍ୟ କରାଯାଇପାରୁଛି। ପୂର୍ବରୁ କୌଣସି ସରକାରୀ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟକୁ ଯାଇ ଅନେକ ସମୟ ଅପେକ୍ଷା କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ସମୟ ପରିବର୍ତନ ହେଲାଣି ଆଧୁନିକିରାନା ଦୁନିଆରେ ଅନେକ କାର୍ଯ୍ୟ ଗୋଟେ କ୍ଲିକରେ କରିବା ସମ୍ଭବ ହୋଇପାରୁଛି। ଏବେ ଇଣ୍ଟରନେଟ୍‌ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ। ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ।

ଅନେକ କାମକୁ ଲୋକମାନେ ଘରେ ବସି ଅତି ସହଜରେ କରିବା ପାଇଁ ଏକ ନୂତନ ପ୍ଲାଟଫର୍ମ ଆସିଛି ଯେଉଁଥିରେ ଅତି ସହଜରେ ସରକାରୀ କାଗଜପତ୍ର ଯଥା ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର ଭଳି ଯେକୌଣସି ଡକ୍ୟୁମେଣ୍ଟ କରାଯାଇପାରୁଛି। ନ୍ୟାସନାଲ୍ ପୋର୍ଟାଲ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ସରକାରୀ ପୋର୍ଟାଲ୍। ଯେଉଁଠାରେ ଆପଣ ଆଧାର, ପାନ୍, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଅନେକ ସେବା ଏଥିରେ ପାଇପାରିବେ। ଏହି ପୋର୍ଟାଲ୍‌ ଆପଣଙ୍କୁ ୱିଣ୍ଡୋ ଆକ୍ସେସ୍ ଦେଇଥାଏ। ଯାହାଦ୍ୱାରା ଆପଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ପାଇପାରିବେ। ଏହି ୱେବସାଇଟ୍ କରିଦର୍ଶନ କରିବାକୁ ହେଲେ www.india.gov.in ରେ ଯିବାକୁ ପଡ଼ିବ। ଏହି ପୋର୍ଟାଲ ମାଧ୍ୟମରେ ଗ୍ରାହକ ପାଖାପାଖି ୧୩ହଜାରରୁ ଅଧିକ ସେବା ସହଜରେ ପାଇ ପାରିବେ।

Leave A Reply

Your email address will not be published.