Odisha Link
Bridging the Missing Links in Odisha

ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା

ଇଂରାଜୀ, ହିନ୍ଦୀ ସହ ୧୩ ଆଞ୍ଚଳିକ ଭାଷାରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା କରାଯିବ।

ଓଏଲ୍‌ ବ୍ୟୁରୋ: ଓଡ଼ିଆରେ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଛାତ୍ର ଛାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା ଅର୍ଥାତ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା ଏଥର ଓଡ଼ିଆ ଭାଷାରେ ହେବ। କେବଳ ଓଡ଼ିଆ ନୁହେଁ ବରଂ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା।

କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ, ଇଂରାଜୀ, ହିନ୍ଦୀ ସହ ୧୩ ଆଞ୍ଚଳିକ ଭାଷାରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା କରାଯିବ। ଯାହା ଆଶାୟୀ ଛାତ୍ରଛାତ୍ରୀଙ୍କୁ ଭାଷାଗତ ସମସ୍ୟାରୁ ମୁକ୍ତି ଦେବ। ତେବେ ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ଘୋଷଣା କରାଯାଇଛି।

Leave A Reply

Your email address will not be published.