Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କୁ ଭେଟିଲେ ଆପଲ ସିଇଓ ଟିମ୍‌ କୁକ୍

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି ଆପଲର ସିଇଓ ଟିମ୍‌ କୁକ। ଭାରତ ଗସ୍ତରେ କୁକ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖଙ୍କୁ ସାକ୍ଷାତ କରିଛନ୍ତି। ଭାରତରେ ଆପଲର ଦ୍ବିତୀୟ ଷ୍ଟୋର ଉନ୍ମୋଚନ ହେବା ପୂର୍ବରୁ ଆପଲ ସିଇଓ ଆଜି ପିଏମ୍‌ ମୋଦିଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟର ଫଟୋକୁ ସେୟାର କରିବା ସହିତ ଭାରତରେ ଭବ୍ୟ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁକ୍‌ ।

ଟ୍ବିଟରରେ କୁକ୍‌ ଫଟୋ ସେୟାର କରି ଲେଖିଛନ୍ତି, “ଭବ୍ୟ ସ୍ବାଗତ ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦି । ଭାରତର ଭବିଷ୍ୟତ ଉପରେ ବିଜ୍ଞାନ ଓ ପ୍ରଯୁକ୍ତିର ସକାରାତ୍ମକ ପ୍ରଭାବ ନେଇ ଆପଣଙ୍କ ଭିଜିନ ପ୍ରତି ଏକମତ ଅଛୁ। ଶିକ୍ଷା ଓ ଡେଭଲପର୍ସଠାରୁ ବିନିର୍ମାଣ ଏବଂ ସାରା ଦେଶରେ ନିବେଶ ପାଇଁ ପ୍ରତିବଦ୍ଧ ଅଛୁ”।

ସୂଚନାଥାଉକି, ଆଇଫୋନ୍‌ ନିର୍ମାତା ଆପଲର ସିଇଓ ଟିମ କୁକ୍‌ ଗତକାଲି ମୁମ୍ବାଇରେ ଦେଶର ପ୍ରଥମ ଆପଲ ଷ୍ଟୋରର ଉଦଘାଟନ କରିଥିଲେ। ଆସନ୍ତାକାଲି ଭାରତର ଦ୍ବିତୀୟ ଆପଲ ଷ୍ଟୋର ଉଦଘାଟନ କରିବେ କୁକ୍। ଆପଲର ଏହି ଷ୍ଟୋର ସାକେତର ସେଲେକ୍ଯ ସିଟିଓ୍ବକ ମଲରେ ଖୋଲିବ।

Leave A Reply

Your email address will not be published.