Odisha Link
Bridging the Missing Links in Odisha

ନିଖୋଜ ସିଆରପିଏଫ ଯବାନଙ୍କ ମିଳିଲା ମୃତଦେହ

ଯାଜପୁର ଧାନମଣ୍ଡଳ ସ୍ଥିତ ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଓଏଲ୍‌ ବ୍ୟୁରୋ: ଜଗତସିଂହପୁରର ଜଣେ ସିଆରପିଏଫ ଯବାନ କିଛି ଦିନ ହେବ ନିଖୋଜ ଥିଲେ। ଅନେକ ଖୋଜାଖୋଜି ପରେ ଦୁଇଦିନ ପୂର୍ବରୁ ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍‌ ମିଳିଥିଲା। ହେଲେ ବାଇକ ପାଖରୁ ତାଙ୍କର ମୃତଦେହ ମିଳିନଥିଲା। ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍‌ ମିଳିବା ପରେ ପୁଲିସ ଛାନଭିନ ଜାରି କରିଥିଲା। ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ଛତିଶଗଡ଼ରେ କାର୍ଯ୍ୟରତ ଯବାନ ସୂର୍ଯ୍ୟକାନ୍ତ କଅଁର ୧୭ରୁ ନିଖୋଜ ଥିଲେ। ୧୮ରେ ନିଖୋଜ ନେଇ ପତ୍ନୀ ଏରସମା ଥାନାରେ ଅଭିଯୋଗ କରିଥିଲେ। ଅନେକ ଛାନଭିନ ପରେ ଯାଜପୁର ଧାନମଣ୍ଡଳ ସ୍ଥିତ ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବେଳେ ଏନେଇ ତଦନ୍ତ ଜାରି କରାଯାଇଅଛି।

Leave A Reply

Your email address will not be published.