Odisha Link
Bridging the Missing Links in Odisha

ବାର୍ଥ ଡେ’ ପାର୍ଟିରୁ ଫେରୁଥିବା ବେଳେ ଯୁବକଙ୍କୁ ହତ୍ୟା!

ଆକ୍ରମଣର ଶିକାର ହୋଇ ଯୁବକଙ୍କୁ ମୃତ୍ୟୁ ହୋଇଛି।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାର୍ଥ ଡେ’ ପାର୍ଟିରୁ ଫେରୁଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଜମେରା ଗାଁରେ ଜଣେ ଯୁବକଙ୍କୁ ଠେଙ୍ଗା, ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବାର୍ଥ ଡେ’ ପାର୍ଟିରୁ ଫେରୁଥିବା ବେଳେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଯୁବକଙ୍କୁ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତା ଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ହତ୍ୟା ଅଭିଯୋଗ କ୍ରମେ ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି କରିଛି।

Leave A Reply

Your email address will not be published.