Odisha Link
Bridging the Missing Links in Odisha

ରେକର୍ଡ ସୃଷ୍ଟି କଲା ନିଟ୍ ୟୁଜି, ୨୦ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା

ମେ’ ୭ ତାରିଖରେ ୧.୪ ଲକ୍ଷ ଏମବିବିଏସ/ବିଡିଏସ ସିଟ୍‌ ପାଇଁ ପରୀକ୍ଷା ହେବ।

ଓଏଲ୍‌ ବ୍ୟୁରୋ: ଡାକ୍ତରୀ ପାଠ ପଢିବା ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ଦେବେ ନିଟ୍ ୟୁଜି। ୨୦ ଲକ୍ଷ ୮୭ ହଜାର ୪୪୫ ପରୀକ୍ଷାର୍ଥୀ ନିଟ୍ ୟୁଜି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଠାରୁ ୨.୫୭ ଲକ୍ଷ ଅଧିକ ପିଲା ଆବେଦନ କରିଛନ୍ତି। ମହାରାଷ୍ଟ୍ରରୁ ୨.୮ ଓ ଉତ୍ତର ପ୍ରଦେଶରୁ ୨.୭ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ୟୁଜି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ୭ଟି ରାଜ୍ୟରୁ ୧ ଲକ୍ଷରୁ ଅଧିକ ଲେଖାଏଁ ପିଲା ଆବେଦନ କରିଛନ୍ତି।

ନିଟ୍ ୟୁଜି ପରୀକ୍ଷା ପାଇଁ ଆବେଦନକାରୀଙ୍କ ମଧ୍ୟରେ ୮.୯ ଲକ୍ଷ ଓବିସି, ୩ ଲକ୍ଷ ଏସସି, ୧.୫ ଲକ୍ଷ ଇଡବ୍ଲୁଏସ, ୧.୩ ଲକ୍ଷ ଏସଟି ପିଲା ରହିଛନ୍ତି। ସାଧାରଣ ବର୍ଗରେ ୬ ଲକ୍ଷରୁ ଅଧିକ ପିଲା ଆବେଦନ କରିଛନ୍ତି। ମେ’ ୭ ତାରିଖରେ ୧.୪ ଲକ୍ଷ ଏମବିବିଏସ/ବିଡିଏସ ସିଟ୍‌ ପାଇଁ ପରୀକ୍ଷା ହେବ। ତେବେ ନିଟ୍ ୟୁଜି ପାଇଁ ଆବେଦନ କରାଯାଇଥିବା ପରୀକ୍ଷାର୍ଥୀ ସଂଖ୍ୟା ରେକର୍ଡ ସୃଷ୍ଟି କରିଛି।

Leave A Reply

Your email address will not be published.