Odisha Link
Bridging the Missing Links in Odisha

ଝାରସୁଗୁଡ଼ା ଉପ-ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଏପ୍ରିଲ୍‌ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ ଉଷ୍ମତା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ। ତିନି ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ନାମାଙ୍କନ ଭରି ସାରିଛନ୍ତି। ତେବେ ଉପ-ନିର୍ବାଚନ ପାଇଁ ପ୍ରଥମେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ପରେ ତରୁଣ ପାଣ୍ଡେ କଂଗ୍ରେସରୁ ଝାରସୁଗୁଡା ଉପ-ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ଶେଷରେ ବିଜେପି ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ସୂଚନା ଅନୁସାରେ, ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାବେଳେ ମେ’ ୧୩ରେ ଭୋଟ ଗଣତି। ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏପ୍ରିଲ ୨୧ରୁ ୨୩ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ୍‌ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ତେବେ ଉପ-ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରମୁଖ ଦଳର ନେତା ଭାବେ ବିଜେପିରୁ ଟଙ୍କଧର ତ୍ରିପାଠୀ, ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ଭାବେ ଝାରସୁଗୁଡା ଉପ-ନିର୍ବାଚନରେ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଏହି ଉପ-ନିର୍ବାଚନରେ ମଇଦାନରେ ଯୁବ ନେତାଙ୍କୁ ଦେଖିବାକୁ ମିଳୁଥିବାବେଳେ କିଏ ବାଜିମାତ କରିବ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.