Odisha Link
Bridging the Missing Links in Odisha

ସେନାବାହିନୀରେ ନିଯୁକ୍ତି ପାଇଁ ହେବ ଅନଲାଇନ୍‌ ପରୀକ୍ଷା

ଅନଲାଇନ ଜରିଆରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ ପ୍ରାର୍ଥୀ।

ଓଏଲ୍‌ ବ୍ୟୁରୋ: ସେନାବାହିନୀ ନିଯୁକ୍ତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଏଣିକି ଅନଲାଇନରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା। ଉଭୟ ଅଗ୍ନିବୀର ଓ ଅଣଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ରହିଛି। ଅନଲାଇନ ଜରିଆରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ ପ୍ରାର୍ଥୀ।

ସେନାବାହିନୀରେ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ରାଲିକୁ ଡକାଯିବ। ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ। ଏହାପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ପ୍ରକାଶ ପାଇବ। ଆସନ୍ତା ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ରହିଛି।