Odisha Link
Bridging the Missing Links in Odisha

ସମ୍ବଲପୁର ହିଂସାକାଣ୍ଡ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଥିଲା ପୁଲିସ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ହନୁମାନ ଜୟନ୍ତୀ ରାଲିରେ ହିନ୍ଦୁ-ମୁସଲିମ ଗଣ୍ଡଗୋଳ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଦଙ୍ଗା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଦର୍ଶାଇଲେ ବିଜେପି ପ୍ରତିନିଧି ଦଳ।

ସୂଚନା ଅନୁସାରେ, ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଥିଲା ପୁଲିସ। ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ଭାଜପା ନେତାଙ୍କୁ ପ୍ରଥମେ ରୋକିବା ସହ ଅଟକ ରଖିଥିଲା ଠେଲକୋଲି ପୁଲିସ।

ବିଜେପି ନେତାଙ୍କୁ ରାସ୍ତାରେ ଅଟକାଇବାକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ ବିଜେପି ସଭାପତି। ସେ କହିଥିଲେ, ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ। ୧୪ରେ ଯେଉଁ ସକ୍ରିୟ ଦେଖାଇଲେ, ୧୨ରେ ଦେଖାଇଥିଲେ ଦଙ୍ଗା ହୋଇନଥାନ୍ତା। ଏସପି କହିଲେ ପୂର୍ବ ଯୋଜନା। ତେବେ ଏହା କାହା ଯୋଜନା ଥିଲା। ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି, ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ବୋଲି ସ୍ୱୀକାର କରନ୍ତୁ। ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ।

ଅନ୍ୟପକ୍ଷେ, ସମ୍ବଲପୁର ସହରରେ ମୋବାଇଲ ଇଣ୍ଟରନେଟ୍‌ ବନ୍ଦ ଥିବାବେଳେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାର୍ଯ୍ୟ କରୁଛି। ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଥିବା କଟକଣାକୁ ସମ୍ପୂର୍ଣ କୋହଳ କରାଯାଇ ଆଜିଠୁ ୨୪ ଘଣ୍ଟା ମିଳିବ ଏହି ସେବା। ତେବେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଅତିଶୀଘ୍ର ସ୍ତିତି ସୁଧୁରିଯିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.