Odisha Link
Bridging the Missing Links in Odisha

କରୋନା ସଂକ୍ରମଣ କେବେ କମିବ, ତାହା ଏବେଠୁ କହିହେବନି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ତିଶଗଡ଼ ସୀମାକୁ ଲାଗିଥିବା ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ାରେ କୋଭିଡ କେସ୍ ବଢୁଛି।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ୪୩୧ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୯୭ କରୋନା ଆକ୍ରାନ୍ତ।

ବଢୁଥିବା କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଛତିଶଗଡ଼ ସୀମାକୁ ଲାଗିଥିବା ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ାରେ କୋଭିଡ କେସ୍ ବଢୁଛି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ପିକ୍ ପରେ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜକୁ ଆସିଲାଣି। କେବେ କମିବ ଏବେଠୁ କହିହେବନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଅନ୍ୟପକ୍ଷେ, ଦେଶରେ ମଧ୍ୟ କରୋନା ସଂକ୍ରମଣର ଗ୍ରାଫ୍ ଉପରକୁ ବଢିବାରେ ଲାଗିଛି। ଦେଶରେ ଦିନକରେ ୧୧,୬୯୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬,୧୭୦କୁ ବୃଦ୍ଧି ପାଇଛି। ଦେଶରେ ମଧ୍ୟ କରୋନା ସଂକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ବଢୁଥିବା ସଂକ୍ରମଣକୁ ନଜରରେ ରଖି ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.