Odisha Link
Bridging the Missing Links in Odisha

ମେ’୨୮ରେ ଆଇପିଏଲ ଫାଇନାଲ ମୁକାବିଲା, ବିସିସିଆଇ କଲା ଘୋଷଣା

ଓଏଲ୍‌ ବ୍ୟୁରୋ: ଚଳିତ ଥର ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩। ଇତିମଧ୍ୟରେ ଆଇପିଏଲ୍‌ର ୧୬ ତମ ସଂସ୍କରଣର ୨୯ଟି ମ୍ୟାଚ ଖେଳା ସରିଲାଣି। ଏସବୁ ମଧ୍ୟରେ ଆଜି ଆଇପିଏଲ ଫାଇନାଲ ମୁକାବିଲା ପାଇଁ ତାରିଖ ଘୋଷଣା ହୋଇଛି। ମେ’ ୨୮ ତାରିଖରେ ଖେଳାଯିବ ଆଇପିଏଲ ମହାକୁମ୍ଭର ଫାଇନାଲ ମୁକାବିଲା। ଏନେଇ ଆଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ଆଇପିଏଲ ୨୦୨୩ର ପ୍ଲେ ଅଫ୍, ଏଲିମିନେଟର ଓ ଫାଇନାଲ ମୁକାବିଲା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ସଂସ୍କରଣର ପ୍ରଥମ କ୍ବାଲିଫାଏର ମ୍ୟାଚ ମେ’ ୨୩ ତାରିଖରେ ଚେନ୍ନାଇରେ ଖେଳାଯିବ। ସେହିପରି ଏଲିମିନେଟର ମ୍ୟାଚ୍‌ ମେ’ ୨୪ ତାରିଖରେ ଖେଳାଯିବ। ସେହିପରି ଦ୍ବିତୀୟ କ୍ବାଲିଫାଏର ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ ଓ ମେ’ ୨୮ ତାରିଖରେ ଅହମ୍ମଦାବାଦରେ ହିଁ ଫାଇନାଲ ମୁକାବିଲା ଖେଳାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.