Odisha Link
Bridging the Missing Links in Odisha

ଏନିସିପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ପୁଣିଥରେ ଯୋଗଦଲେନି ଅଜିତ ପାଓ୍ବାର, ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜାରି

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। କାରଣ କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ନେତା ଅଜିତ ପାଓ୍ବାର ଦଳ ଛାଡ଼ି ନିଜର ସମର୍ଥକଙ୍କୁ ସାଥିରେ ନେଇ ଭାଜପାରେ ସାମିଲ ହେବେ। ଏସବୁ ଚର୍ଚ୍ଚା ଲାଗି ରହିଥିବା ମଧ୍ୟରେ ଅଜିତ ପାଓ୍ବାର ଆଜି ମୁମ୍ବାଇରେ ଏନସିପି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନାହାନ୍ତି। ଯାହାପରେ ସେ ଭାଜପାରେ ଯୋଗ ଦେବା ଆଶଙ୍କା ବୃଦ୍ଧି ପାଇଛି।

ପୁଣେରେ ଆଜି ଅଜିତ ପାୱାର ଏନସିପି ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁ ସମୟରେ ଏନସିପିର ବୈଠକ ହେଉଛି, ସେହି ସମୟରେ ତାଙ୍କୁ ପୂର୍ବ ପ୍ରତିଶ୍ରୁତି ମୁତାବକ ଅନ୍ୟଏକ ସ୍ଥାନରେ ଯୋଗ ଦେବାକୁ ପଡ଼ୁଛି। ତେଣୁ ସେ ଏନସିପି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ବୈଠକରେ ଅଜିତ ପାୱାର ଯୋଗ ନଦେବାର ଅର୍ଥ ସେ ଏନସିପି ଛାଡ଼ିବେ ବୋଲି ଭାବିବାକୁ ଭୁଲ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଅଜିତ ପାୱାର ଏନସିପିର କିଛି ବିଧାୟକଙ୍କୁ ଧରି ବିଜେପି ଆଡ଼କୁ ଢଳୁଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ପାୱାର ବୈଠକରେ ଯୋଗ ନ ଦେବାରୁ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ତେବେ ପୂର୍ବଭଳି ଏଥର ମଧ୍ୟ ଅଜିତ ପାୱାର ସବୁ କିଛିକୁ ହାଲୁକା କରିବା ପାଇଁ ଚେଷ୍ଟା କରିଛନ୍ତି।

Leave A Reply

Your email address will not be published.