ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ, ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ କାବେରୀ’
ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚିଛନ୍ତି ଯେତେବେଳେ କି ଅନ୍ୟମାନେ ରାସ୍ତାରେ ରହିଛନ୍ତି।

ଓଏଲ୍ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ଅପରେସନ କାବେରୀ ଆରମ୍ଭ ନେଇ ଜୟଶଙ୍କରଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ସୁଦାନରେ ଫସିଥିବା ୩ ହଜାର ଭାରତୀୟଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯିବ। ଜାହାଜ ଓ ବିମାନ ଯୋଗେ ସେମାନଙ୍କୁ ଭାରତ ଅଣାଯିବ ବୋଲି ସୂଚନା ରହିଛି।
ସୁଦାନରେ ଫସିଥିବା ଭାରତୀୟ ନାଗରକିଙ୍କୁ ସ୍ୱଦେଶ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି। ଏହି ଅପରେସନ ଆଧାରରେ ୫୦୦ ଭାରତୀୟ ପୋର୍ଟ ସୁଡାନରେ ପହଞ୍ଚିଛନ୍ତି। ସୁଦାନରେ ଫସିଥିବା ଆମ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅପରେସନ କାବେରୀ ଚଲାଯାଉଛି। ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚିଛନ୍ତି ଯେତେବେଳେ କି ଅନ୍ୟମାନେ ରାସ୍ତାରେ ରହିଛନ୍ତି।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଗକୁ ଲେଖିଛନ୍ତି ଯେ, ଆମେ ସୁଦାନରେ ଆମର ନାଗରିକଙ୍କ ସହାୟତା କରିବା ପାଇଁ ପ୍ରତିଜ୍ଞାବଦ୍ଧ। ଆମର ବିମାନ ଏବଂ ପାଣି ଯାହଜ ସେମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ଅଛି। ସେହିପରି ଫ୍ରାନ୍ସ ହିଂସାଗ୍ରସ୍ତ ସୁଦାନରୁ ୫ ଭାରତୀୟ ନାଗରିକ ସମେତ ୨୮ ଦେଶର ନାଗରିକଙ୍କୁ ହିଂସା ଅଞ୍ଚଳରୁ ବାହାରକୁ ବାହାର କରିଛି। ଫ୍ରାନ୍ସର ବାୟୁସେନା ଏପର୍ଯ୍ୟନ୍ତ ସୁଦ୍ଧା ୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି। ଫ୍ରାନ୍ସର ସେନା ପୋଷ୍ଟକୁ ଏମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଛି।