Odisha Link
Bridging the Missing Links in Odisha

କାଲି ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ, ସମାପନ ଉତ୍ସବକୁ ସମ୍ବୋଧିତ କରିବେ ଗୃହମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀର ସମାପନ ଉତ୍ସବକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ମନ୍ କି ବାତର ୧୦୦ ତମ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ ରେଖାଙ୍କିତ କରିଥିବା ବିଭିନ୍ନ ପ୍ରସଙ୍ଗକୁ ୪ଟି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ଗୋଟିଏ ପର୍ଯ୍ୟାୟ ନାରୀ ଶକ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଐତିହ୍ୟର ଉନ୍ନତି, ତୃତୀୟ ପର୍ଯ୍ୟାୟରେ ଆତ୍ମନିର୍ଭରତା ଓ ଚତୁର୍ଥ ପର୍ଯ୍ୟାୟରେ ଆହ୍ୱାନରୁ ଆନ୍ଦୋଳନ ଉପରେ ପର୍ଯ୍ୟବେଶିତ ହେବ।

ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଠ ବ୍ୟକ୍ତି ତଥା ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ଯୋଗ ଦେବେ। ଏଥିରେ ଏକ ସ୍ମାରକ ମୁଦ୍ରା ଓ ଡାକ ଟିକେଟ ଲୋକର୍ପଣ କରାଯିବ। ଏହି କ୍ରମରେ କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ରହିବେ। ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀର ସମାପନ ଉତ୍ସବକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.