Odisha Link
Bridging the Missing Links in Odisha

କମିବ କାଳବୈଶାଖୀ ପ୍ରଭାବ, ମେ’ ପହିଲାରୁ ବଢିପାରେ ତାତି

ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଓଏଲ୍‌ ବ୍ୟୁରୋ: ପୁଣି ଅସମ୍ଭାଳ ହେବ ଗରମ। ଆସନ୍ତା ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି। ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ। ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ।

ଅନ୍ୟପଟେ, ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

କାଳବୈଶାଖୀ ପ୍ରଭାବ ପରେ ଉତ୍ତର ପଶ୍ଚିମ ଓ ପୂର୍ବ ଭାରତର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଉତର ଭାଗ, ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଉତ୍ତର ଭାଗରେ ଗ୍ରୀଷ୍ମଲହରୀ ଅନୁଭୂତ ହେବ। ହେଲେ ମେ’ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ।

Leave A Reply

Your email address will not be published.