Odisha Link
Bridging the Missing Links in Odisha

‘ମହତାବଙ୍କ ‘ଗାଁ ମଜଲିସ୍’ ପରେ ‘ମନ୍ କି ବାତ୍’ ପ୍ରଥମ ଅଣରାଜନୈତିକ ଚର୍ଚ୍ଚା’

କାର୍ଯ୍ୟକ୍ରମରେ ମୋଦି କେବଳ ଅଣରାଜନୈତିକ ଚର୍ଚ୍ଚା ହିଁ କରିଛନ୍ତି ବୋଲି ବିଜେପି ସଭାପତି କହିଛନ୍ତି।

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତକାଲି ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୦ତମ ସଂସ୍କରଣ ଅବସରରେ ରାଜ୍ୟ ବିଜେପି ସଭାପତି ନିଜର ମନ୍ତବ୍ୟ ରଖିଛନ୍ତି। ଝାରସୁଗୁଡ଼ାରେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କାଲି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ବିଶ୍ୱରେକର୍ଡ ସୃଷ୍ଟି କରିବ। ବିଭିନ୍ନ ସମୟରେ ୧୦୦ କୋଟି ଲୋକ ଏହି କାର୍ଯ୍ୟକ୍ରମ ଦେଖିଛନ୍ତି। ୫୬% ଲୋକ ଏଥିରେ ପ୍ରଭାବିତ ହୋଇଥିବା ସର୍ଭେରୁ ଜଣାପଡ଼ିଛି।

ମନମୋହନ ସାମଲ କହିଛନ୍ତି ଆହୁରି ମଧ୍ୟ କହିଛନ୍ତି, କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ କଥାକୁ ଉପସ୍ଥାପନ କରିଛନ୍ତି ମୋଦି। ତଳ ପାହଚର ଲୋକଟି କିପରି ଉପରକୁ ଆସିବ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୋଦି କେବଳ ଅଣରାଜନୈତିକ ଚର୍ଚ୍ଚା ହିଁ କରିଛନ୍ତି ବୋଲି ବିଜେପି ସଭାପତି କହିଛନ୍ତି। ମହତାବଙ୍କ ‘ଗାଁ ମଜଲିସ୍’ ପରେ ‘ମନ୍ କି ବାତ୍’ ପ୍ରଥମ ଅଣରାଜନୈତିକ ଚର୍ଚ୍ଚା। ତୃଣମୂଳରେ ଲୁଚି ଥିବା ପ୍ରତିଭାଙ୍କୁ ଆଗକୁ ଆଣିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

Leave A Reply

Your email address will not be published.