Odisha Link
Bridging the Missing Links in Odisha

ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ରେ ମାଓ ହମ୍‌ଲା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ କରାଯାଇଛି। ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।

ଛତିଶଗଡ଼ରେ ମାଓ ହମ୍‌ଲା ପରେ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି ସହ ସବୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ଏନେଇ ଏଡିଜି ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି। ସେମାନଙ୍କ ପ୍ରବେଶ ଅଟକାଇବାକୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ସୀମାନ୍ତ ଜିଲ୍ଲାର ଏସପିଙ୍କ ସହ ଭିସିରେ ସ୍ଥିତି ଅନୁଧ୍ୟାନ କରାଯାଉଛି। ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି। ଆତ୍ମସମର୍ପଣ କରୁଥିବା ସବୁ ମହିଳା ମାଓବାଦୀ ଏଭଳି କାହାଣୀ କହୁଛନ୍ତି ବୋଲି ଏଡିଜି ସୂଚନା ଦେଇଛନ୍ତି।

Leave A Reply

Your email address will not be published.