Odisha Link
Bridging the Missing Links in Odisha

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୧୧ କୋଟି ଟଙ୍କା ସହାୟତା ରାଶି ଘୋଷଣା

ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ୧୦୦୦ ଟଙ୍କା ଓ ପାଣି ବୋତଲ ପାଇଁ ୨୦୦ ଓ ଚପଲ ପାଇଁ ୧୬୦ତାଙ୍କ ସହାୟତା ରାଶି।

ଓଏଲ୍‌ ବ୍ୟୁରୋ: କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ବଡ ଖୁସି ଖବର ସାମ୍ନାକୁ ଆସିଛି। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ମିଳିବ ୧୧୧ କୋଟି ଟଙ୍କାର ସହାୟତା ରାଶି। କେନ୍ଦୁପତ୍ର ହିତାଧିକାରୀଙ୍କୁ ୧ମ ପର୍ଯ୍ୟାୟରେ ମିଳିଥିଲା ୮୩ କୋଟିର ସହାୟତା ରାଶି। ଦ୍ୱିତୀୟ ପର୍ଯ୍ୟାୟରେ ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ୧୦୦୦ ଟଙ୍କା ଓ ପାଣି ବୋତଲ ପାଇଁ ୨୦୦ ଓ ଚପଲ ପାଇଁ ୧୬୦ତାଙ୍କ ସହାୟତା ରାଶି। ତେବେ କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.