Odisha Link
Bridging the Missing Links in Odisha

ପୁଣି ଏନସିପିର ମୁଖିଆ ପଦକୁ ଫେରିବେ ଶରଦ ପାୱାର!

ମୁମ୍ବାଇରେ ଏନସିପିର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ବେଳେ ଶରଦ ପାୱାର ସଭାପତି ପଦରେ ରହିବାକୁ ଅନୁରୋଧ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଗତ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଥିଲେ। ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ରାଜନେତା ଶରଦ ପାଓ୍ବାର। ତେବେ ତାଙ୍କ ଇସ୍ତଫାକୁ ଏନସିପି କୋର୍ ବୈଠକରେ ଶରଦଙ୍କ ଇସ୍ତଫା ନାମଞ୍ଜୁର କରାଯାଇଛି। ମୁମ୍ବାଇରେ ଏନସିପିର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ବେଳେ ଶରଦ ପାୱାର ସଭାପତି ପଦରେ ରହିବାକୁ ଅନୁରୋଧ କରାଯାଇଛି।

ପୂର୍ବରୁ ଶରଦ ପାଓ୍ବାରଙ୍କ ଜୀବନ ସହ ଜଡିତ ଏକ ପୁସ୍ତକ ରିଲିଜ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନସିପି ସୁପ୍ରିମୋ ଶରଦ ପାୱାର କହିଥିଲେ ଯେ ମୁଁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ଇସ୍ତଫା ଦେଉଛି। ଶରଦ ପାୱାରଙ୍କ ଏହି ବିବୃତ୍ତି ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ଦାବି କରି ସ୍ଲୋଗାନ ଦେଇଥିଲେ।

ସବୁଠାରୁ ବଡ଼କଥା ଏହାକି ଯେ, ଶରଦ ଇସ୍ତଫା ଏପରି ସମୟରେ ଦେଇଥିଲେ, ଯେଉଁ ସମୟରେ ପାର୍ଟିରେ ସବୁକିଛି ଠିକ୍ ନଥିବା ନେଇ ସୂଚନା ମିଳୁଛି। ପୂର୍ବରୁ କୁହାଯାଉଥିଲା ଯେ, ଦଳର ନେତା ଅଜିତ୍ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି। ମହାରାଷ୍ଟ୍ରରେ ସିନ୍ଧେ ଗୋଷ୍ଠୀକୁ ବାଦ୍ ଦେଇ ଏନସିପି ସହ ମିଶି ବିଜେପି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏହି ସବୁ ଚର୍ଚ୍ଚା ଭିତରେ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଥିଲେ।

ଶରଦ ପାଓ୍ବାରଙ୍କ ଇସ୍ତଫା ପରେ କିଏ ଏନସିପିର ନୂତନ ଅଧ୍ୟକ୍ଷ ହେବେ ତାକୁ ନେଇ ଆରମ୍ଭ ହୋଇଥିଲା ଜୋରଦାର ଚର୍ଚ୍ଚ।। ଅଜିତ୍‌ ପାଓ୍ବାର ଓ ସୁପ୍ରିୟା ସୁଲେ ଏନସିପି ଅଧ୍ୟକ୍ଷ ପଦ ଦୌଡ଼ରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସୂଚନାଥାଉକି, ଏନସିପିର ସହ ପ୍ରତିଷ୍ଠାତା ଥିଲେ ଶରଦ ପାଓ୍ବାର। ୧୯୯୯ ମସିହାରେ ଶରଦ ପାଓ୍ବାର, ପିଏ ସାଙ୍ଗମା ଓ ତାରିକ ଅନଓ୍ବାରଙ୍କ ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଗଠନ କରାଯାଇଥିଲା। ତେବେ ତାଙ୍କୁ ପୁଣି ଅଧକ୍ଷ ପଦକୁ ଫେରାଇ ଆଣିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.