Odisha Link
Bridging the Missing Links in Odisha

ବରଗଡରେ ଭୟଙ୍କର ସଡ଼କ ଦୁର୍ଘଟଣା; ୩୦ ଆହତ, ୧୦ ଗୁରୁତର

ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବାବେଳେ ପିକଅପ ଗାଡି ଓଲଟି ଏହି ଦୁର୍ଘଟଣା ଘଟିଛି

ଓଏଲ୍‌ ବ୍ୟୁରୋ: ବରଗଡ ଜିଲ୍ଲା ଭଟଲିରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସଡକ ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବାବେଳେ ପିକଅପ ଗାଡି ଓଲଟି ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି ଗାଁର କୀର୍ତ୍ତନ ଗ୍ରୁପ ଗୋଟିଏ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ପରେ ପରେ ସେମାନଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଥିବା ବେଳେ ସେଥିମଧ୍ୟରେ ୧୦ ଜଣ ଅତି ଗୁରୁତର ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.