Odisha Link
Bridging the Missing Links in Odisha

‘କଂଗ୍ରେସର ରାଜନୈତିକ ମନୋବୃତ୍ତି ନାହିଁ, ହାରିବା ମାନସିକତା ନେଇ ଲଢୁଛି’

ଆମର ୯ ଜଣ ବିଧାୟକ, କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ଜାରି ରହିଛି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି। ଆଜି ନିର୍ବାଚନୀ ପ୍ରଚାରର ଶେଷ ଦିନ। ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର କରୁଥିବାବେଳେ ଖୋଲାମଞ୍ଚରେ ରାଜ୍ୟ କଂଗ୍ରେସ ନେତୃତ୍ବକୁ ନେଇ ମୁହଁ ଖୋଲିଲେ ବରିଷ୍ଟ କଂଗ୍ରେସ କର୍ମୀ ଚିରଂଜୀବ ବିଶ୍ୱାଳ। ବରିଷ୍ଟ କଂଗ୍ରେସ କର୍ମୀ ଚିରଂଜୀବ ବିଶ୍ୱାଳ କହିଛନ୍ତି, ପୂର୍ବର କଂଗ୍ରେସ ଆଉ ନାହିଁ, କଂଗ୍ରେସରେ ଏବେ ନେତୃତ୍ବର ଅଭାବ। ୨୦୦୦ ପରେ ଜନ୍ମିତଙ୍କୁ ଏବେ ୨୩, ସେମାନେ ନବୀନ ଛଡ଼ା କିଛି ଜାଣନ୍ତିନି। ସେମାନଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସର କିଛି ପ୍ରୟାସ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସରେ ଲଢ଼ୁଆ ମନୋବୃତ୍ତି ଆଉ ନାହିଁ, ବିଧାୟକ ସଂଖ୍ୟା କମି କମି ଯାଉଛି। ଆମର ୯ ଜଣ ବିଧାୟକ, କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କଂଗ୍ରେସର ରୋଗ ହେଲା ଜଣେ ସଂଗଠନ କରିବ, କିନ୍ତୁ ଆଉ ଜଣେ ଟିକେଟ ପାଇବ ବୋଲି କହିଛନ୍ତି ବରିଷ୍ଟ କଂଗ୍ରେସ କର୍ମୀ ଚିରଂଜୀବ ବିଶ୍ୱାଳ। ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ ପ୍ରାର୍ଥୀ ଦେଇପାରିବ କି ନାହିଁ ସନ୍ଦେହ। କଂଗ୍ରେସର ରାଜନୈତିକ ମନୋବୃତ୍ତି ନାହିଁ, ହାରିବା ମାନସିକତା ନେଇ ଲଢୁଛି। ଆମ ଦଳରେ ରୋଗ, ଯିଏ ପିସିସି ସଭାପତି ହେବ, କାହାକୁ ପଚାରିବନି। ନହେବା ଯାଏ ସବୁ ଠିକ ଥିବ, ଥରେ ହୋଇଗଲେ କାହାକୁ ଆଉ ପଚାରିବେନି ବୋଲି ବରିଷ୍ଟ କଂଗ୍ରେସ କର୍ମୀ ଚିରଂଜୀବ ବିଶ୍ୱାଳ କହିଛନ୍ତି।

Leave A Reply

Your email address will not be published.