Odisha Link
Bridging the Missing Links in Odisha

ଓଡ଼ିଶାର ୫୧ ହଜାର ଫେକ୍ ସିମ୍ ବନ୍ଦ କଲା କେନ୍ଦ୍ର ଟେଲି କମ୍ୟୁନିକେସନ୍ ବିଭାଗ

ବିଭିନ୍ନ ଟେଲିକମ୍‌ କମ୍ପାନିରୁ ସିମ୍‌ ହାତେଇ ବେଆଇନ କାମ କରୁଥିଲେ।

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଟେଲି କମ୍ୟୁନିକେସନ୍ ବିଭାଗ ଫେକ୍ ସିମ୍ କାର୍ଡକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ୫୧ ହଜାର ୨୬୦ ଫେକ୍ ସିମ୍ ବନ୍ଦ କଲା କେନ୍ଦ୍ର ଟେଲି କମ୍ୟୁନିକେସନ୍ ବିଭାଗ। ୫୨ ହଜାର ୮୮ ସନ୍ଦିଗ୍ଧ ମୋବାଇଲ୍ ନଂ ସଂଯୋଗ ଯାଞ୍ଚ ହୋଇଥିଲା।

ବନ୍ଦ ହୋଇଥିବା ସିମ୍‌ ଗୁଡ଼ିକ ଫ୍ରଡ୍ କାମରେ ବ୍ୟବହାର ହୋଇଥିଲା। ଥାନାରେ ଅଭିଯୋଗ ପରେ ତତ୍କାଳ ନିଆଗଲା କାର୍ଯ୍ୟାନୁଷ୍ଠାନ। ସାଇବର କ୍ରାଇମ୍‌ରେ ସିମ୍‌ଗୁଡ଼ିକ ବ୍ୟବହାର କରୁଥିଲେ ଠକ। ବିଭିନ୍ନ ଟେଲିକମ୍‌ କମ୍ପାନିରୁ ସିମ୍‌ ହାତେଇ ବେଆଇନ କାମ କରୁଥିଲେ। ତେବେ ଏଭଳି ପଦକ୍ଷେପ ଦ୍ୱାରା ଫ୍ରଡ କେସ କମିଯିବ ବୋଲି ଆଶା କରାଯାଉଛି।